ଚିଠି ଲେଖିଲେ ସ୍ବରାଷ୍ଟ୍ର ସଚିବ: ନାରୀ ସୁରକ୍ଷା ଦିଗରେ ଖିଲାପ କଲେ ଦଣ୍ଡିତ ହେବେ ପୋଲିସ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ଦେଶରେ ଏବେ ନାରୀ ନିର୍ଯାତନା ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହେଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ମହିଳା ଏବଂ ଶିଶୁମାନଙ୍କ ପ୍ରତି ବଳାତ୍କାର, ଅପହରଣ ପରି ଘଟଣା ବଢ଼ିବାରେ ଲାଗିଛି। ଏନେଇ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମାନଙ୍କୁ ସ୍ବରାଷ୍ଟ୍ର ସଚିବ ଚିଠି ଲେଖି କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା। ଏନେଇ ଆଇନରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ପୋଲିସକୁ ଅଧିକ ସକ୍ରିୟ ହୋଇ କାମ କରିବାକୁ କ୍ଷମତା ଦିଆଯାଇଛି। ଏଦିଗରେ ପୋଲିସ ନିଜର କର୍ତ୍ତବ୍ୟ ଠିକ୍‌ ଢଙ୍ଗରେ କରିବା ଉଚିତ। ଯଦି କେହି ପୋଲିସ ନାରୀ ସୁରକ୍ଷା ଦିଗରେ ଖିଲାପ କରନ୍ତି ତେବେ ସେମାନେ ଦଣ୍ଡିତ ହେବେ ବୋଲି ଚିଠିରେ କୁହାଯାଇଛି।

Share