ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ ପୂରିଛି ୨୨ ବର୍ଷ। ଏହି ଅବସରରେ ଅଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ସ୍ତ୍ରୀ କାଜୋଲଙ୍କୁ ଚିଡାଇଛନ୍ତି। ଚଳଚ୍ଚିତ୍ରରେ ଥିବା ଗୀତ ‘ନିନ୍ଦ ଚୁରାଇ ମେରି କିସନେ ଓ ସନମ..ତୁନେ..ତୁନେ’ ଲେଖି ଅଜୟ ପୋଷ୍ଟ କରିଥିଲେ। ଏହାର ଜବାବ ରଖିଛନ୍ତି କାଜୋଲ। ତୁମ ନିଦ ଉଡାଇ ମୁଁ କେତେ ନିଶ୍ଚିତରେ ଶୋଇଛି ଦେଖ ବୋଲି ସେ କହିଛନ୍ତି।
ଚଳଚ୍ଚିତ୍ର ‘ଇସ୍କ’ରେ ଅଜୟଙ୍କ ବ୍ୟତିତ ଆମିର ଖାନ ଏବଂ ଜୁହି ଚାଓ୍ବଲା ଅଭିନୟ କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ଇନ୍ଦ୍ର କୁମାର। ଏହାର ଗୀତଗୁଡ଼ିକ ସେତେବେଳ ସମୟରେ ହିଟ୍‌ ହୋଇଥିଲା। ଅନୁ ମଲିକ ସେଗୁଡ଼ିକୁ ଲେଖିଥିଲେ। ତେବେ ପୁଣିଥରେ ଅଜୟ ଏବଂ କାଜୋଲଙ୍କ ଯୋଡିକୁ ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିଅର’ରେ ରୋମାନ୍ସ କରୁଥିବା ଦର୍ଶକେ ଦେଖିବାକୁ ପାଇବେ। ଆସନ୍ତା ଜାନୁୟାରୀ ୧୦ରେ ଏହା ପରଦାକୁ ଆସିବ। ଚଳଚ୍ଚିତ୍ରରେ ଅନ୍ୟ ଏକ ପ୍ରମୁଖ ଭୂମିକାରେ ସୈଫ ଅଲ୍ଲୀ ଖାନ୍‌ ନଜର ଆସିବେ।

Share