ଚିତି ସାପକୁ କାମୁଡ଼ି ଦୁଇଖଣ୍ଡ କରି ରକ୍ତ ପିଇଲେ

କଳିଙ୍ଗନଗର,୧୩ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦୀ ବ୍ଲକ ଅଧୀନ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର କିଶୋର ବଦରା(୪୫) ବିଲରୁ ଫେରୁଥିବା ବେଳେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ପରେ ସାପକୁ ଗୋଡେଇ ଧରିଥିଲେ କିଶୋର। ପ୍ରତିଶୋଧ ପରାୟଣ ହୋଇ ସାପକୁ କାମୁଡ଼ି ଦୁଇଖଣ୍ଡ କରିଦେଇଥିଲେ। ସେତିକିରେ ତାଙ୍କ ମନ ବୁଝି ନ ଥିଲା। ବିଷଧର ସାପର ରକ୍ତ ପିଇ ଦେଇଥିଲେ। ଏହି ସମ୍ପର୍କରେ ସେ ଘରକୁ ଆସି ସ୍ତ୍ରୀଙ୍କୁ ଜଣାଇଥିଲେ। ଏପରି କି ହାତରେ ମୃତ ସାପକୁ ଧରି ଗାଁରେ ବୁଲିଥିଲେ। କିଛି ସମୟ ପରେ ଗୁଣିଆପାଖକୁ ଯାଇ ଝଡ଼ାଫୁଙ୍କା କରିଥିଲେ। କିନ୍ତୁ ମେଡିକାଲ ଯାଇ ନ ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ଯିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ସେ ତାଙ୍କ ଗାଁ ପାଖ ଗଳିସନ୍ଧି ନାମକ ଏକ ସ୍ଥାନକୁ ଯାଇ ଝଡାଫୁଙ୍କା କରିଥିବା କହିଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ...

ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର...

ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଉତ୍ତରାୟଣରେ ଗତି କରିବେ ସୂର୍ଯ୍ୟଦେବ

ଭୁବନେଶ୍ୱର,୧୪ା୧: ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା...

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି...

ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ,୧୪ା୧(ଅଜିତ୍‌ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା...

ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri