ଚିତି ସାପ କାମୁଡ଼ାରେ ମହିଳା ମୃତ

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବିଷାକ୍ତ ସାପ କାମୁଡ଼ାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିରାଶ ମୁଣ୍ଡା (୩୦)। ଘର ବାଉଁଶୂଳୀ ଗ୍ରାମରେ ବୋଲି ଜଣାପଡିଛି । ସୋମବାର ରାତିରେ ଘରେ ତଳେ ଶୋଇଥିବା ବେଳେ ଏକ ଚିତିସାପ କାମୁଡିଦେଇଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା॥ ଚିକିତ୍ସା ଅବସ୍ଥାରେ ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସାପ କାମୁଡାରେ ଦୈନିକ ବହୁ ଲୋକ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଥିବାରୁ ସାଧାରଣରେ ଚିନ୍ତାର କାରଣ ହୋଇଛି । ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।