ଚିତ୍ରକୋଣ୍ଡାରେ ଧର୍ମଘଟ ଆରମ୍ଭ

ଚିତ୍ରକୋଣ୍ଡା, ୮।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସହରରେ ଭାରତ ବନ୍ଦ ଡାକରାର ପ୍ରଭାବ ପଡିଛି। ସ୍ଥାନୀୟ ଚିତ୍ରକୋଣ୍ଡା ସ୍ପିଲବାଇ, ଡାଲଖାଇ ଛକ ପାଖରେ ବିଭିନ୍ନ ସଂଗଠନ ପକ୍ଷରୁ ଶତାଧିକ କର୍ମକର୍ତ୍ତା ରାସ୍ତା ଅବରୋଧ କରିଛନ୍ତି। ଏହାସହ ଏଠାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସ୍କୁଲ, ଦୋକାନ ବଜାର ମଧ୍ୟ ସମ୍ପୂର୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି।