ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ସମ୍ବିଧାନ ଦିବସ ପାଳିତ

ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକଠାରେ ମଙ୍ଗଳବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆମ୍ବେଦକର ଜୟନ୍ତୀ ପାଳନ କମିଟି ତଥା ବିଜୁ ଯୁବ ବାହିନୀ ସହଯୋଗରେ ଏଥିରେ ଅଞ୍ଚଳର ସମସ୍ତ ସ୍କୁଲର ଛାତ୍ରୀଛାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଆବାହକ ଭାବେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ, ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା, ସମ୍ମାନିତ ଅତିଥି ଭାବେ ଜିପିଓ ଧୀରେନ କୁମାର ଖଣ୍ଡାଗିରି ଉପସ୍ଥିତ ରହି ଚିତ୍ରକୋଣ୍ଡା ପଞ୍ଜାବୀ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀଛାତ୍ର ପଦଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଏକ ସାଧାରଣ ସଭା ହୋଇଥିଲା।