ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନା ଆରମ୍ଭ: ସପ୍ତାହଯାକ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାର କରିବେ ରୋଗୀ

ଚିତ୍ରକୋଣ୍ଡା,୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ନିର୍ମଳ ଯୋଜନା ପ୍ରଥମ ଆରମ୍ଭ ହୋଇଛି। ଏହି ଯୋଜନାରେ ରୋଗୀ ସପ୍ତାହର ସାତ ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାରର ସୁବିଧା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନ ପକ୍ଷରୁ ଅଧିକ ପରିମାଣର ବେଡ୍‌ଶିଟ୍‌ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହନ୍ତ, ସ୍ତ୍ରୀ ରୋଗ ଓ ପ୍ରସୂତି ଡାକ୍ତର ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।