ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବିଚ୍ଛିନ୍ନାଞ୍ଚଳ ଗସ୍ତ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଯା’ ଆସ କରିବାରେ ଅସୁବିଧା ହେଉଛି। ଯିବା ଆସିବାରେ ଛଅ ଘଣ୍ଟା ସମୟ ଲାଗୁଛି। ତେଣୁ କ୍ଲଷ୍ଟରରେ ଆଠରୁ ଦଶଟି କ୍ୱାଟର ରହିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶହେ କୋଟି ଟଙ୍କାରୁ ଦଶ କୋଟି ଟଙ୍କାରେ ଖୁବ୍‌ଶୀଘ୍ର ଏହି କ୍ଲଷ୍ଟର ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି।