ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮ ବିଦ୍ୟାଳୟର ୧୯୫ ଛାତ୍ରୀଛାତ୍ର ଦେଲେ ପରୀକ୍ଷା

ଚିତ୍ରକୋଣ୍ଡା,୧୯ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଉକ୍ତ ଅଞ୍ଚଳର ୮ଟି ବିଦ୍ୟାଳର ଛାତ୍ରୀଛାତ୍ର ବୁଧବାର ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।
ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆର୍‌ଏସ୍‌ସି -୬, ୧୧, ୧୫ ନମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡାରଲାବେଢା, ବଡ଼ପଦର ଓ ପଣସପୁଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୯୫ ଛାତ୍ରୀଛାତ୍ର ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି । ସୁରକ୍ଷିତ ଭାବେ ଚିତ୍ରକୋଣ୍ଡା ଥାନାରୁ ପ୍ରଶ୍ନପତ୍ର ଅଣା ଯାଇଥିଲା।