ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ: ୮ ବିଦ୍ୟାଳୟର ୧୯୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା

ଚିତ୍ରକୋଣ୍ଡା,୧୯।୨(ଡି.ଏନ୍‌.ଏ.): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ମାଲକାନଗିରି ଜିଲା ଚିତ୍ର୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮ଗୋଟି ବିଦ୍ୟାଳୟର ୧୯୫ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଚାଲିଥିବା ଦେଖିବାକୁ ମିଳୁଛି।