Advertisement

ଚିତ୍ର ଆଙ୍କୁଛନ୍ତି ସୈଫ-ତୈମୁର

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତିି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ବଲିଉଡ କଳାକାରମାନେ ବିଭିନ୍ନ କାର୍ଯ୍ୟ କରି ଟାଇମ୍‌ପାସ୍‌ କରୁଛନ୍ତି। ନିକଟରେ କରୀନା କପୁର୍‌ ଖାନ ସୋସିଆଲ ମିଡିଆରେ ସ୍ବାମୀ ସୈଫ ଅଲ୍ଲୀ ଖାନ ଏବଂ ପୁଅ ତ୍ରେମୁର ଅଲ୍ଲୀ ଖାନଙ୍କ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ବାପା-ପୁଅ ଦୁହେଁ କାନ୍ଥରେ ପେଣ୍ଟିଂ କରୁଥିବା ଦେଖିବାକୁ ମିଳିଛି। ସୈଫ ବାଲକୋନି କାନ୍ଥରେ ଫୁଲ ଆଙ୍କୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କରୀନା ସୋସିଆଲ ସାଇଡ୍‌ରେ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯ, ସୈଫ ମୋତେ କହିଥିଲେ ମୁଁ ତୁମ ପାଇଁ ଫୁଲ ନେଇ ଆସିଛି ସେ ସମୟରେ ମୋ ମନରେ ଅଲଗା ଭାବନା ଆସିଥିଲା। ଲାଗିଲା ଯେପରି ମୋ ପାଇଁ ଗିଫ୍ଟ ଆଣିଛନ୍ତି। କିନ୍ତୁ ଗିଫ୍ଟଟି ଏପରି ଥିଲା ବୋଲି ମୁଁ ଆଦୌ ଭାବିନଥିଲି। ଏହାପରେ କରୀନା ପୁଅ ତୈମୁରଙ୍କ ଫଟୋ ଶେୟାର କରିଥିଲେ। ତୈମୁରଙ୍କ ଫଟୋରେ ଲେଖିଛନ୍ତି ଯେ, କୌଣସି କାନ୍ଥ ତୁମର ରଚନାତ୍ମକତାକୁ ରୋକିପାରିବ ନାହିଁ। ଗତ କିଛି ଦିନ ହେବ କରୀନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଅଛନ୍ତି। ସେ ନିଜର କିଛି ନା କିିଛି ଫଟୋ ନିଜ ଫ୍ୟାନମାନଙ୍କ ପାଇଁ ଶେୟାର କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share