Categories: ଜାତୀୟ

ଚିଦାମ୍ବରମଙ୍କୁ ଝଟ୍‌କା: ମେଡିକାଲ ରିପୋର୍ଟ ଆଧାରରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟ୍‌କା ଲାଗିଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଚାର ବିଭାଗୀୟ ହାଜତକୁ ଚ୍ୟାଲେଞ୍ଜ ଦେବା ସହ ଅନ୍ତରୀଣ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ସେ ଆବେଦନ କରିଥିଲେ। ଏନେଇ ଗୁରୁବାର ହାଇକୋର୍ଟ ଏକ ମେଡିକାଲ ବୋର୍ଡ ଗଠନ କରିଥିଲେ। ଏହି ମେଡିକାଲ ବୋର୍ଡ ଶୁକ୍ରବାର କୋର୍ଟରେ ଚିଦାମ୍ବରମଙ୍କ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟ ଅନୁସାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଜେଲ୍‌ରେ ହିଁ ଡାକ୍ତର ଚିଦାମ୍ବରମଙ୍କୁ ରେଗୁଲାର ରୁଟିନ୍‌ ଚେକ୍‌ଅପ୍‌ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହ ମଶାଙ୍କଠାରୁ ବର୍ତ୍ତିବା ପାଇଁ ତାଙ୍କୁ ଲୋଶନ ଦିଆଯିବ ବୋଲି କୋର୍ଟ କହିଛନ୍ତି।

Share