Categories: ଜାତୀୟ

ଚିଦାମ୍ବରମଙ୍କ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ ତାଲିକା

ନୂଆଦିଲ୍ଲୀ,୨୬।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ ଏହି ମାମଲାର ତାଲିକା ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି। ସୋମବାର ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ତଳ କୋର୍ଟ ଦ୍ୱାରା ଚିଦାମ୍ବରମଙ୍କୁ ସିବିଆଇ କଷ୍ଟୋଡିରେ ପଠାଇବା ଆଗୁଆ ଜାମିନ ଆବେଦନ ଖାରଜ ହେବା ନିଷ୍ପତ୍ତି ବିରୋଧରେ କରାଯାଇଥିବା ଆବେଦନ ସୋମବାର ହେବାକୁ ଥିବା ଶୁଣାଣିରେ ସାମିଲ କରାଯାଇ ନାହିଁ।

Share