Categories: ଜାତୀୟ

ଚିଦାମ୍ବରମଙ୍କ ଜାମିନ ଆବେଦନକୁ ନେଇ ସିବିଆଇକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇ କୋର୍ଟ

ନୂଆଦିଲ୍ଲୀ,୧୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚାଦାମ୍ବରମ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି। ତେବେ ଚିଦାମ୍ବରମ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୋଡିରେ ରହିବାକୁ ତଳ କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଯେଉଁ ଆବେଦନ କରାଯାଇଥିଲା ତାକୁ ଫେରାଇ ନିଆଯାଇଛି। ଆସନ୍ତା ୨୩ରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Share