ନୂଆଦିଲ୍ଲୀ,୧୫।୧୧: ଆଇଏନ୍ଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନାଁରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କର ଜାମିନ ଆବେଦକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ଏବେ ଚିଦାମ୍ବରମଙ୍କୁ ଜେଲ୍ରେ ହିଁ ରହିବାକୁ ପଡିବ। କୋର୍ଟ କହିଛନ୍ତି ମାମଲାର ଗୁରୁତ୍ୱକୁ ଦେଖି ତାଙ୍କର ଜାମିନ ଆବେଦନକୁ ଖାରଜ କରାଯାଇଛି। କାରଣ ଏହି ମାମଲାରେ ସେ ମୁଖ୍ୟ ଥିବାରୁ ତାଙ୍କୁ ଜାମିନ ଦେବା ଅର୍ଥ ଏହା ସମାଜକୁ ଏକ ଭୁଲ୍ ବାର୍ତ୍ତା ଦେବ। ସୂଚନାଯୋଗ୍ୟ, ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପ୍ରାୟ ମାସେ ତଳେ ଗିରଫ କରାଯାଇଥିବା ବେଳେ ସେବେଠାରୁ ସେ ତିହାର୍ ଜେଲ୍ରେ ରହିଛନ୍ତି।