Categories: ଜାତୀୟ

ଚିଦାମ୍ବରମ୍‌ଙ୍କୁ ନେବା ପାଇଁ ତିହାର ଜେଲ ପହଞ୍ଚିଲେ ପୁଅ କାର୍ତ୍ତି

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ସନ୍ଧ୍ୟାରେ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ନେବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି। ଅନ୍ୟପଟେ ସ୍ବାଗତ କରିବା ପାଇଁ ତାଙ୍କ ସମର୍ଥକ ମଧ୍ୟ ଜେଲ ବାହାରେ ଭିଡ ଜମାଇଛନ୍ତି। ଭିଡକୁ ଦୃଷ୍ଟିରେ ରଖି ଜେଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଚିଦାମ୍ବରମ୍‌ ଜେଲରୁ ମୁକୁଳିବେ ବୋଲି କୁହାଯାଉଛି। ୧୦୬ ଦିନ ପରେ ସେ ଘରକୁ ଫେରୁଥିବାରୁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗୁରୁବାର ସଂସଦ କାର୍ଯ୍ୟରେ ଚିଦାମ୍ବରମ୍‌ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

Share