ନୂଆଦିଲ୍ଲୀ,୯।୯: ଆଇଏନ୍ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ପାଇଁ ଚାର୍ଜଶିଟ୍ ପ୍ରସ୍ତୁତ କରୁଛି ସିବିଆଇ। ଏନେଇ ଶହେ ଘଣ୍ଟାରେ ଚିଦାମ୍ବରମ୍ଙ୍କୁ ୪ ଶହ ୫୦ ପ୍ରଶ୍ନ ପଚରା ଯାଇଛି। ଚଳିତ ମାସ ତୃତୀୟ ସପ୍ତାହରେ ଚାର୍ଜଶିଟ୍ ଦାଖଲ କରାଯିବାର ଯୋଜନା ରହିଛି। ଚାର୍ଜଶିଟ୍ ଦାଖଲ କରାଗଲେ ଚିଦାମ୍ବରମ୍ଙ୍କୁ ଜାମିନ୍ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି। ଏବେ ସେ ଦିଲ୍ଲୀର ତିହାର ଜେଲ୍ରେ ରହିଛନ୍ତି। ସେଠାରେ ଚିଦାମ୍ବରମ୍ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ରହିବେ।