Categories: ଜାତୀୟ

ଚିଦାମ୍ବରମ୍‌ଙ୍କ ଜନ୍ମ ଦିନରେ ପୁଅ କାର୍ତ୍ତି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୬।୯ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ସୋମବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଜନ୍ମଦିନରେ ସେ ଜେଲ୍‌ରେ ଥିବାରୁ ଏହା ପାଳନ ହୋଇପାରିବ ନାହିଁ। ସେ ୧୯୪୫ ସେପ୍ଟେମ୍ବର ୧୬ରେ ତାମିଲ୍‌ନାଡୁର କାନାଦୁକାନ୍ଥନଠାରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ଜନ୍ମଦିନ ଅବସରରେ ପୁଅ କାର୍ତ୍ତି ଚିଦାମ୍ବରମ୍‌ ଚିଠି ଲେଖି ଅଭିନନ୍ଦନ ଜଣାଇବା ସହିତ ଏଥିରେ ଉଲ୍ଲେଖ କରିଛନ୍ତି ଯେ, କେହି ଜଣେ ୫୬ ଇଞ୍ଚ ଲୋକ ଆପଣଙ୍କର କୌଣସି କ୍ଷତି କରି ପାରିବ ନାହିଁ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ଏପରି ଲେଖିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଚିଦାମ୍ବରମ୍‌ଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

Share