Categories: ଜାତୀୟ

ଚିଦାମ୍ବରମ୍‌ଙ୍କ ବିରୋଧରେ କାର୍ଯ୍ୟ କରି ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହଁୁଛନ୍ତି। ଏଭରି କରି ମୋଦି ସରକାର ନିଜର ଭୀରୁତାର ପରିଚୟ ଦେଇଛନ୍ତି ବୋଲି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଟୁଇଟ୍‌ କରିଛନ୍ତି। ସେ ଚିଦାମ୍ବରମ୍‌ଙ୍କ ସହିତ ରହିଥିବା ନେଇ ସୂଚନା ଦେଇଛନ୍ତି। ଚିଦାମ୍ବରମ୍‌ ସତ କହିବାରୁ ଆକ୍ରୋଶମୂଳକ ଭାବେ ତାଙ୍କପ୍ରତି ଏଭଳି ଲଜ୍ଜା ଜନକ କାର୍ଯ୍ୟ କରାଯାଉଥିବା ପ୍ରିୟଙ୍କା କହିଛନ୍ତି। ଚିଦାମ୍ବରମ୍‌ ଭଳି ଜଣେ ଯୋଗ୍ୟ ତଥା ସମ୍ମାନଜନକ ବ୍ୟକ୍ତିଙ୍କ ପ୍ରତି ଏଭଳି କାର୍ଯ୍ୟ କରାଯିିବା ଅନ୍ୟାୟ ବୋଲି ପ୍ରିୟଙ୍କା କହିଛନ୍ତି।

Share