ନୂଆଦିଲ୍ଲୀ,୨୧।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଉପରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ନେଇ ଯୋଜନା ଆରମ୍ଭ ହୋଇଛି। ଜାମିନ୍ ନ ମିଳିଲେ ସେ ଲୁଚି ବିଦେଶ ପଳାଇବା ଆଶଙ୍କାକୁ ଦୃଷ୍ଟିରେ ରଖି ଇଡ଼ି ପକ୍ଷରୁ ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଛି। ଏହାଦ୍ୱାରା ଚିଦାମ୍ବରମ୍ଙ୍କୁ ଦେଶର ଯେ କୌଣସି ବିମାନ ବନ୍ଦରରୁ ଗିରଫ କରାଯାଇ ପାରିବ।