Categories: ଜାତୀୟ

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି ଟିମ୍‌ ତାଙ୍କୁ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ ହଠାତ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ଟିମ୍‌ ଜାଲ ବିଛାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇ ନ ଥିଲେ। ଦୀର୍ଘ ୨୭ ଘଣ୍ଟାର ଅନ୍ତର୍ଦ୍ଧାନ ପରେ ଚିଦାମ୍ବରମ ବୁଧବାର ରାତି ୯ଟାରେ ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚତ୍ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ସେ ଆଇନଠାରୁ ନିଜକୁ ଲୁଚାଇ ରଖି ନାହାନ୍ତି। ସୁପ୍ରିମକୋର୍ଟରେ ପିଟିଶନ୍‌ ଦାଖଲ କରିବା ପାଇଁ ସେ ଆଇନଜୀବୀମାନଙ୍କ ସହ ମଙ୍ଗଳବାର ରାତିରେ କାଗଜପତ୍ର ପ୍ରସ୍ତୁତିରେ ବ୍ୟସ୍ତ ଥିବା କହିଥିଲେ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତାଙ୍କର କିଛି ଦୋଷ ନାହିଁ। ସେ ଅଭିଯୁକ୍ତ ନୁହନ୍ତି। କୋର୍ଟରେ ତାଙ୍କ ବିରୋଧରେ ସିବିଆଇ କିମ୍ବା ଇଡି ଚାର୍ଜଶିଟ୍‌ ଦାଖଲ କରି ନ ଥିବା ଚିଦାମ୍ବରମ ଖବରଦାତା ସମ୍ମିଳନୀରେ କହିଥିଲେ। ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚତ୍ଥିଲେ ମଧ୍ୟ ଦଳୀୟ କର୍ମୀମାନଙ୍କ ବିରୋଧ ଯୋଗୁ ଭିତରେ ପଶିପାରି ନ ଥିଲା। ଚିଦାମ୍ବରମ ତାଙ୍କ ବାସଭବନକୁ ଫେରିଯିବା ପରେ ସିବିଆଇର ୩ଟି ଟିମ୍‌ ସମେତ ଇଡି ଟିମ୍‌ ସେଠାରେ ପହଞ୍ଚତ୍ଥିଲେ। ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଚିଦାମ୍ବରମଙ୍କ ବାସଭବନରେ ପ୍ରବେଶ କରିବା ପରେ ତାଙ୍କୁ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

Share