ବରଗଡ଼ ଅଫିସ,୨୩।୧୨: ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ କର୍ମଚାରୀଙ୍କୁ ଦୀର୍ଘ ୨୮ ମାସ ହେଲା ଦରମା ମିଳିନାହିଁ। ଏହା ସହିତ ସେମାନଙ୍କୁ ଇପିଏଫ୍, ଜିପିଏଫ୍ ମଧ୍ୟ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଚିନିକଳ କର୍ମଚାରୀମାନେ ସୋମବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଚିନିକଳ କର୍ମଚାରୀ ସଂଘର ସହ ସମ୍ପାଦକ ପ୍ରସନ୍ନ ମହାରଣାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟିଛନ୍ତି।