ଚିନ୍ତାକରି ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ: ଜିଲାପାଳ

ଛତ୍ରପୁର,୨୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୋଟର ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଡିଆର୍‌ଡିଏ ସମ୍ମିଳନୀ ଗୃହରେ ଆୟୋଜିତ ସଭାରେ ଚିନ୍ତାକରି ଭୋଟଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଜିଲାପାଳ କହିଛନ୍ତି। ଏହା ସହ ସେ ନୂତନ ଭୋଟରଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ

Share