ଚିନ୍ତାରେ ଇମ୍ରାନ୍‌: ତୃତୀୟ ଥର ଲାଗି ବଢିଲା ଅଟା ଦାମ୍‌

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏ ପର୍ଯ୍ୟନ୍ତ ରୁଟି ସଙ୍କଟରୁ ବାହାରି ପାରୁନାହିଁ। ଏବେ ତୃତୀୟ ଥର ଲାଗି ଅଟାର ଦାମ ବୃଦ୍ଧି ଇମ୍ରାନ୍‌ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେ ସେଠାରେ ସାଧାରଣ ଅଟାର ଦାମ୍‌ ୪୪ ଟଙ୍କା ୫୦ ପଇସା ପ୍ରତି କିଲୋ ଥିବା ବେଳେ ସୁପର ଫାଇନ୍‌ ଅଟାର ଦାମ୍‌ ରହିଛି ୪୭ ଟଙ୍କା ୫୦ ପଇସା। ସେହି ପରି ଭଲ ଚାଉଳର ଦାମ ମଧ୍ୟ ୧୩୦ଟଙ୍କା ଉପରେ ଥିବା କହିଛି ଏକ ପାକିସ୍ତାନୀ ମିଡିଆ। ତେବେ ଲଗାତାର ଅଟାର ଦାମରେ ବୃଦ୍ଧି ହୋଇଥିବାରୁ ଏବେ ସେଠାକାର ଜନତା ଇମ୍ରାନ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share