Categories: ଜାତୀୟ

ଚିନ୍ତାରେ ଚନ୍ଦ୍ରାବାବୁ

ଅମରାବତୀ,୨୫।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁଙ୍କ ଅଡୁଆ ବଢି ବଢି ଚାଲିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରଥମେ ଚନ୍ଦ୍ରାବାବୁଙ୍କ ଆଲିସାନ୍‌ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କମ୍‌ କରି ଦେଇଛନ୍ତି। ଜଗନ ମୋହନ ଏବେ ଚନ୍ଦ୍ରାବାବୁଙ୍କ ପୁଅ ନାରା ଲୋକେଶଙ୍କ ୫+୫ ସୁରକ୍ଷାକୁ କମାଇ ୨+୨ କରିଦେଇଛନ୍ତି। ଏହାସହ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସୁରକ୍ଷାକୁ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଦିନେ ଦୁଇ ଦିନ ତଳେ ଚନ୍ଦ୍ରାବାବୁଙ୍କ ଆଲିସାନ୍‌ ବଙ୍ଗଳା ‘ପ୍ରଜା ବେଦିକା’କୁ ଭାଙ୍ଗି ଦେବାକୁ ଜଗନ ମୋହନ ନିର୍ଦ୍ଦେଶ ଦେଇଥିଲେ।

Share