ଇସଲାମାବାଦ/ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଅଡୁଆରେ ପଡିଥିବା ପାକିସ୍ତାନ ଥରକୁ ଥର ଭାରତ ବିରୋଧରେ କିଛି ନା କିଛି ପଦକ୍ଷେପ ନେଇ ଆସୁଛି ଚର୍ଚ୍ଚାକୁ। ଏଥର ସୁରକ୍ଷା କଥା ଚିନ୍ତା କରି ପାକିସ୍ତାନ ଗୁଜରାଟ ସୀମାରେ ଥିବା ସର କ୍ରିକ ଅଞ୍ଚଳରେ ସ୍ପେଶାଲ ସର୍ଭିସ ଗ୍ରୁପ(ଏସ୍ଏସ୍ଜି) କମାଣ୍ଡୋଙ୍କୁ ମୁତୟନ କରିଛି। ଏହା ସେ ଭାରତ ବିରୋଧି ଗତିବିଧିକୁ ନେଇ କରିଥିବା ଆଲୋଚନା ହେଉଛି।