ଭଦ୍ରକ ଅଫିସ,୧୭।୫ – ଗୋଟିଏ ପଟେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅମ୍ଫନ୍କୁ ନେଇ ଜିଲାବାସୀ ଆତଙ୍କିତ ହୋଇପଡ଼ିଲେଣି। ତେବେ ବାତ୍ୟାର ମୁକାବିଲା ପାଇଁ ରବିବାର ଧାମରାରେ ଏକ ୨୧ଜଣିଆ ଏନ୍ଡିଆର୍ଏଫ୍ ଟିମ ପହଞ୍ଚିଛନ୍ତି। ଏହି ଟିମ୍ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଟିମ କମାଣ୍ଡେଣ୍ଟ ସୁବ୍ରତ କୁମାର ଭୋଇ ପ୍ରତିକ୍ରିୟା ଦେଇ କହିଛନ୍ତି।