ଚିନ୍ତା ବଢ଼ାଇଲାଣି କରୋନା: ୩ ବରିଷ୍ଠ ସଚିବଙ୍କୁ ୩ ଜିଲାର ଦାୟିତ୍ୱ; କୋଭିଡ ମୁକାବିଲାର ତଦାରଖ କରିବେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲାରେ ହଠାତ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହିସବୁ ଜିଲାରୁ ଅଧିକ କରୋନା ପଜିଟିଭ୍‌ ମାମଲା ଆସିବା ପରେ ରାଜ୍ୟ ସରକାର ପଦକ୍ଷେପ ନିଆଯାଇଛି। ରାଜ୍ୟର ୩ ଜଣ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲାର ଦାୟିତ୍ୱ ଦିଆଯାଇଛି। ଏସ୍‌.କେ. ଲୋହାନିଙ୍କୁ ଭଦ୍ରକ, ଏସ୍‌.କେ. ବଶଷ୍ଠେଙ୍କୁ ବାଲେଶ୍ୱର, ରାଜ୍ୟପାଳଙ୍କ ସଚିବ ପି.କେ. ମେହେର୍ଦ୍ଦାଙ୍କୁ ଯାଜପୁର ଜିଲାର ଦାୟିତ୍ୱ ମିଳିଛି। ସଚିବମାନେ ଏହି ଜିଲାର ଗସ୍ତ କରି କୋଭିଡ୍‌ ମୁକାବିଲାର ତଦାରଖ କରିବେ। ଏଥିସହ ସମ୍ପୃକ୍ତ ଜିଲା ପ୍ରଶାସନକୁ ସହାୟତା କରିବେ ବୋଲି ଜଣାପଡ଼ିଛି।

Share