ଚିନ୍ତା ବଢ଼ାଇଲାଣି ଭୁବନେଶ୍ୱର: ପଟିଆ ଅଞ୍ଚଳରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜଧାନୀରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳର ଗୋଟିଏ ପରିବାରର ୨ଜଣ କରୋନା ସକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪୦ ବର୍ଷୀୟ ପୁରୁଷ ଓ ୮ ବର୍ଷୀୟ ଝିଅ ଅଛନ୍ତି। ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍‌ ହିଷ୍ଟ୍ରୀ ରହିଛି। ସେମାନେ ଦିଲ୍ଲୀରୁ ଫେରି ଉଭୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ସେଥିରୁ ୩୪ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୩ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରବିବାର ଅପରାହ୍ନରେ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ତେବେ ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ତାଙ୍କ ଆଖପାଖର ଘରଗୁଡ଼ିକୁ ସାନିଟାଇଜ୍‌ କରାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share