ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି

ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୪୮କୁୁ ବୃଦ୍ଧି ପାଇଛି। ଆକ୍ରାନ୍ତଜଣଙ୍କ ୩୦ ବର୍ଷର ଯୁବକ। ସେ ବେହରାପାଟଣା ଅଞ୍ଚଳର ହୋଇଥିବା ବେଳେ କୋଲକାତାରୁ ଫେରିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share