Advertisement

ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ

ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦ ଦିନ ତଳେ ଏକ କଣ୍ଟେନରରେ ଚେନ୍ନାଇ ଚାଲି ଆସିଥିଲା। ବିଲେଇଟି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହାକୁ ପୁଣି ଥରେ ଚାଇନା ପଠାଯିବାକୁ ଯୋଜନା ଚାଲିଛି। ଅନ୍ୟପକ୍ଷରେ ପ୍ରାଣୀମାନଙ୍କ ପାଇଁ କାମ କରୁଥିବା ସଂସ୍ଥା ‘ପେଟା’ ଏହାକୁ ବିରୋଧ କରିଛି। ପେଟା ଇଣ୍ଡିଆର ରଶ୍ମୀ ଗୋଖେଲ୍‌ ଚେନ୍ନାଇ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ବିଲେଇମାନଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ହୋଇପାରେ ନାହିଁ କିମ୍ବା ଏମାନେ ଅନ୍ୟମାନଙ୍କଠାରେ ଏହା ସଂକ୍ରମିତ କରିପାରିବେ ନାହିଁ ବୋଲି ବୈଜ୍ଞାନିକମାନେ କହିସାରିଛନ୍ତି। ଯଦି ଏହି ବିଲେଇକୁ ଚାଇନା ପଠାଯାଏ ତେବେ ଏହା ଜୀବନ ପ୍ରତି ବିପଦ ମାଡ଼ିଆସିବ।
ସୂଚନାଯୋଗ୍ୟ, ୭୦ରୁ ଅଧିକ ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ହୋଇସାରିଛି। ଏହି ଭାଇରସ୍‌ ଯୋଗୁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share