ଚିନ୍ତା ବଢ଼ାଉଛି ସୁରଟ ଲିଙ୍କ୍‌: ଭଦ୍ରକରେ ଆଉ ଜଣେ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲାରେ ଶନିବାର ସକାଳୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ନିକଟରେ ସେ ଗୁଜରାଟରୁ ଫେରିଥିବା ବେଳେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। କେବଳ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଆଖପାଖ ନ ଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାରୁ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି। ସୂଚନା ମୁତାବକ ଜିଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

Share