ଚିନ୍ତା ବଢାଇଲାଣି କରୋନା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୦୦ ନୂଆ ରୋଗୀ

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଚିନ୍ତା ବଢାଇଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩,୯୦୦ କରୋନା ରୋଗୀ ଚିହ୍ନଟ ହେବା ସହ ୧୯୫ ଜଣଙ୍କ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏହି ସୂଚନା ଏବେ ଦେଶବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ବିଗତ ଦିନ ଅପେକ୍ଷା ଏହା ସର୍ବାଧିକ ଥିବାରୁ ଏବେ ଏହାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ସୂଚନାଯୋଗ୍ୟ, ଏବେ ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୪୩୩ରେ ପହଞ୍ଚିଥିବା ବେଳେ ୧,୫୬୮ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨,୭୨୭ ଜଣ ସୁସ୍ଥ ହୋଇଥିବା ବେଳେ ୩୨,୧୩୮ଜଣ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୪,୫୪୧ ରୋଗୀ ଚିହ୍ନଟ ହୋଇଛନ୍ତି।

Share