ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ ଆସୁଥିବା ନୂଆ ସଂକ୍ରମିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଓରଛାରେ ୨ ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଚିନ୍ତା ବଢି ଯାଇଛି। କାହିଁକିନା ଏମାନଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା ବେଳେ ଏମାନେ କରୋନାରେ ପୀଡ଼ିତ ହୋଇଛନ୍ତି। ଶନିବାର ଏଠାରେ ୫ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏମାନଙ୍କୁ ଆଇସୋଲେଶନରେ ରଖାଯାଇଛି। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।