ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ପାଖରେ ପର୍ସନାଲ ପ୍ରୋଟେକ୍‌ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରିବା ଲାଗି ମହଜୁଦ ରହିଛି। ତୁର୍କିରୁ ମଗାଯାଇଥିବା ପ୍ରାୟ ୪ ଲକ୍ଷ ପିପିଇ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଏବେ ଏହା ଚିନ୍ତାର କାରଣ ସାଜିଛି। ପିପିଇ ପହଞ୍ଚିବାରେ ଯଦି ଆହୁରି ବିଳମ୍ବ ହୁଏ ତେବେ କରୋନା ସଂକ୍ରମଣ ସ୍ଥିତି କ’ଣ ହେବ ତାହା କହିବା ମୁସ୍କିଲ। ଏହାପରେ ଡାକ୍ତରମାନେ ରୋଗୀଙ୍କ ଚିକତ୍ସା କରିବେ ନା ନିଜକୁ ବଞ୍ଚାଇବେ ତାହା ଏବେ ପ୍ରଶ୍ନ ହୋଇଛି। ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ବ୍ରିଟେନରେ ପାଖାପାଖି ୮୦ ଜଣ ଡାକ୍ତର ଓ ନର୍ସଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Share