Categories: ବାଣିଜ୍ୟ

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ ତୁଳନାରେ ଚଳିତ ଆର୍ଥତ୍କ କମ୍‌ ନିଯୁକ୍ତି ସୃଷ୍ଟି ହୋଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୮୯.୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ଚଳିତ ଆର୍ଥତ୍କ ବର୍ଷ ୧୬ ଲକ୍ଷ ନିଯୁକ୍ତି କମିବା ନେଇ ଏକ ରିପୋର୍ଟରେ ଅନୁମାନ କରାଯାଇଛି। ଏସ୍‌ବିଆଇ ଇକୋରାପ ରିପୋର୍ଟ ମୁତାବକ ଆସାମ, ବିହାର, ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟଗୁଡିକରୁ କାମ ଉଦ୍ଦେଶ୍ୟରେ ରାଜ୍ୟ ବାହାରକୁ ଯାଇଥିବା ବ୍ୟକ୍ତି ଘରକୁ ପଠାଉଥିବା ମୋଟ ଅର୍ଥରେ ହ୍ରାସ ଘଟିଛି। କଣ୍ଟ୍ରାକ୍ଟ ଓ୍ବାର୍କସଙ୍କ ସଂଖ୍ୟା କମିଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରାଜ୍ୟଗୁଡିକରୁ କାମଧନ୍ଦା କରିବା ଲାଗି ଲୋକମାନେ ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟକୁ ଯାଇଥିବା ବେଳେ ସେଠାରେ ରୋଜଗାର କରି ଘରକୁ ଟଙ୍କା ପଠାଇଥାନ୍ତି।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଦେଇଥିବା ରିପୋର୍ଟ ମୁତାବକ, ୨୦୧୮-୧୯ରେ ୮୯.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଚଳିତ ବର୍ଷ ୧୫.୮ ଲକ୍ଷ ନିଯୁକ୍ତି ହ୍ରାସ ହେବାର ଅନୁମାନ କରାଯାଇଛି। ଇପିଏଫ୍‌ଓରେ ସାଧାରଣତଃ ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ଡାଟାକୁ ବିଚାର କରାଯାଏ। ଏହି କର୍ମଚାରୀଙ୍କ ବେତନର ଅଧିକତମ ସୀମା ମାସିକ ୧୫ ହଜାର ଟଙ୍କା ରହିଥାଏ। ଇପିଏଫ୍‌ଓ ରିପୋର୍ଟ ମୁତାବକ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଅକ୍ଟୋବର ସମୟରେ ଇପିଏଫ୍‌ଓ ସହ ୪୩.୧ ଲକ୍ଷ ନୂଆ ଅଂଶୀଦାର ଯୋଡି ହୋଇଛନ୍ତି। ଏହା ବାର୍ଷିକ ୭୩.୯ ଲକ୍ଷ ଛୁଇଁପାରେ। ଉକ୍ତ ରିପୋଟର୍ର୍ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚାକିରି ଏବଂ ଘରୋଇ କ୍ଷେତ୍ର ସହ ଯୋଡି ହୋଇଥିବା କର୍ମଚାରୀଙ୍କୁ ବିଚାରକୁ ନିଆଯାଇନାହିଁ।

Share