Categories: ଜାତୀୟ

ଚିନ୍ମୟାନନ୍ଦଙ୍କୁ ଜାମିନ

ଆଲ୍ଲାହାବାଦ, ୪ା୨(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଅଭିଯୁକ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଚିନ୍ମୟାନନ୍ଦଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହଜାହାନ୍‌ପୁର ଆଇନ କଲେଜରେ ଉକ୍ତ ଛାତ୍ରୀ ଜଣକ ପାଠ ପଢ଼ୁଥିବାବେଳେ ଯୌନ ନିର୍ଯାତନା ଦିଆଯାଇଥିଲା। ପୋଲିସ ସେପ୍ଟେମ୍ବର ୨୦ରେ ଚିନ୍ମୟାନନ୍ଦଙ୍କୁ ଆଇପିସିର ଦଫା ୩୭୬ ଅନୁଯାୟୀ ଗିରଫ କରିଥିଲା। ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀ ଜଣକ ଭାଜପା ନେତାଙ୍କଠାରୁ ଅର୍ଥ ହଡ଼ପ କରିବା ଲାଗି ଏଭଳି ବାହାନା କରିଥିବା ନେଇ ମାମଲା ରୁଜୁ କରାଯାଇଥିଲା। ଏହାକୁ ବିଚାର କରାଯିବା ପରେ ଆଲ୍ଲାହାବାଦ ହାଇକୋର୍ଟ ଚିନ୍ମୟାନନ୍ଦଙ୍କୁ ସୋମବାର ଜାମିନ ପ୍ରଦାନ କରିଛନ୍ତି।

Share