Categories: ଜାତୀୟ

ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନ ଖାରଜ

ଶାହଜାହାନପୁର,୨୫ା୯(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଥିବା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନକୁ ଉତ୍ତରପ୍ରଦେଶର ଶାହଜାହାନପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଖାରଜ କରିଦେଇଛନ୍ତି। ସେସନ୍ସ କୋର୍ଟରେ ଏନେଇ ଆବେଦନ କରିବାକୁ କୋର୍ଟ ପରାମର୍ଶ ଦେଇଥିବା ଚିନ୍ମୟାନନ୍ଦଙ୍କ ଓକିଲ ଓମ୍‌ ସିଂ ମଙ୍ଗଳବାର କହିଛନ୍ତି। ଅନୁରୂପ ଭାବେ ଗିରଫ ସଞ୍ଜୟ, ସଚିନ ଓ ବିକ୍ରମଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଏହି ୩ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ୯୫ ଘଣ୍ଟା ରିମାଣ୍ଡରେ ନେଇଥିଲା।

Share