ଭୁବନେଶ୍ୱର,୧।୫(ବ୍ୟୁରୋ): ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ଷ୍ଟାଟସ ରିପୋର୍ଟ ମାଗଛନ୍ତି। ସେପଟେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୧୭ରେ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ଘଟଣାରେ ଗତ ମାର୍ଚ୍ଚ ୭ ରବିବାର ରାତିରେ ପୋଲିସ ସିନ ରିକ୍ରିଏସନ କରିଥିଲା। ସେହି ସମୟରେ ପୋଲିସ ଆଇଜି ଉପସ୍ଥିତ ଥିଲେ। ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁ଼ଡୁଙ୍କୁ ପାଓ୍ବାର କେନାଲ ବ୍ରିଜ ଉପରକୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିଥିଲା।