Categories: ଜାତୀୟ

ଚିଫ୍‌ ଅଫ ଷ୍ଟାଫ୍‌ କମିଟି ମୁଖ୍ୟ ହେଲେ ବିପିନ ରାୱତ

ନୂଆଦିଲ୍ଲୀ,୨୭।୯: ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶୁକ୍ରବାର ଚିଫ୍‌ ଅଫ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପୂର୍ବରୁ ଏହି ପଦରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି.ଏସ୍‌. ଧନୁଓ୍ବା ଥିବା ବେଳେ ଏବେ ତାଙ୍କ ସ୍ଥାନରେ ବିପିନ ରାଓ୍ବତଙ୍କୁ ଦେଖିବାକୁ ମିଳିବ। ସିଓଏସ୍‌ସି ୩ ସେନାଧ୍ୟକ୍ଷଙ୍କୁ ନେଇ ଗଠିତ ହୋଇଥିବା ଏକ କିମିଟି। ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ୩ ସେନାର ସେନାଧ୍ୟକ୍ଷଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠଙ୍କୁ ମିଳିଥାଏ। ତେବେ ବାୟୁସେନାର ଅଧ୍ୟକ୍ଷ ବି.ଏସ୍‌. ଧନୁଓ୍ବା ଚଳିତ ମାସ ୩୦ରେ ଅବସର ନେବେ। ଏହା ପୂର୍ବରୁ ସେ ଶୁକ୍ରବାର ବିପିନ ରାୱତଙ୍କୁ ବାଟନ ପ୍ରଦାନ କରିଛନ୍ତି।

Share