ନୂଆଦିଲ୍ଲୀ,୫।୧୧: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାବବିଳାସ ପାଶଓ୍ବାନ ନିଜ ରାଜନୈତିକ କମାଣକୁ ପୁଅ ଚିରାଗ ପାଶଓ୍ବାନଙ୍କ ହାତରେ ସମର୍ପି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ରାମବିଳାସ ଦଳର ସଂସ୍ଥାପକ ଭାବେ କାମ କରିବେ। ଯୁବକଙ୍କ ହାତରେ ପାର୍ଟିର ଦାୟିତ୍ୱ ଦେଇ ଏହାକୁ ମଜବୁତ କରିବାକୁ ରାମବିଳାସ ଚାହୁଁଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।