Categories: ଜାତୀୟ

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ ପିଲା ସଞ୍ଚୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କରେ ୧୫୦ ଜଣ ଖାତା ଖୋଲିଛନ୍ତି। ସ୍ଥାନୀୟ ଛତିପୁରା ଥାନାଠାରେ ସଞ୍ଜିବନୀ ଶିଶୁ କେନ୍ଦ୍ର ଦ୍ୱାରା ଏହି ବ୍ୟାଙ୍କ ପରିଚାଳିତ ହେଉଛି। ଏହା ୨୦୧୬ଠାରୁ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ଖାତା ଖୋଲିଥିବା ଛୋଟ ଛୋଟ ପିଲାଙ୍କୁ ଆବଶ୍ୟକ ସମୟରେ ୫ ଶହ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ମିଳିପାରୁଛି। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ସଞ୍ଚୟ ଭାବନା ସୃଷ୍ଟି ହେଉଥିବା ସ୍ଥାନୀୟ ପୋଲିସ ଅଧିକାରୀ ସଞ୍ଜୟ ସିଂ ରାଠୋର କହିଛନ୍ତି। ସେ ପିଲାମାନଙ୍କୁ ପରିବେଶ ସୁରକ୍ଷା, ସାଧାରଣ ସ୍ବାସ୍ଥ୍ୟ, ସାଧାରଣ ଜ୍ଞାନ, ଇଂଲିଶ୍‌ ଏବଂ କମ୍ପ୍ୟୁଟର ଆଦି ବିଷୟରେ ଶିକ୍ଷା ଦେଇଥାନ୍ତି। ଉପେକ୍ଷିତ ପିଲାଙ୍କୁ ଏଠାରେ ଲାଳନ ପାଳନ କରାଯାଇଥାଏ। ଇତିମଧ୍ୟରେ ୩ ଶହରୁ ଅଧିକ ପିଲା ପାଠ ପଢ଼ିବା ପରେ ସକ୍ଷମ ହୋଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ହୋଇ ପାରିଥିବା ସଞ୍ଜୟ ସିଂ କୁହନ୍ତି।

Share