ଚିଲିକାରେ ବେଆଇନ ଘେରି ଉଚ୍ଛେଦ: ପ୍ରଥମ ଦିନରେ ୫୦୦ ଏକର

କୃଷ୍ଣପ୍ରସାଦ,୭ା୩(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ତଳଚତରା ଉପରଚତରା ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଶନିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦୦ ଏକର ଉଚ୍ଛେଦ କରାଯାଇଥିବା ବେଳେ ଏହା ଚିଲିକାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏଡିଏମ୍‌ଓ ପ୍ରଦୀପ ସାହୁ, ସବ୍‌ କଲେକ୍ଟର ଭବଚରଣ ସାହୁ, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, କୃଷ୍ଣପ୍ରସାଦ ତହସିଲଦାର, ବିଡିଓ ଅଭିମନ୍ୟୁ ମାଝି, କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।