ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ

ବଲିଉଡ୍‌ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି, ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଅଭିନେତ୍ରୀ ଜଣକ କିଏ ବୋଲି ଚିହ୍ନିହେବ ନାହିଁ। ତାଙ୍କର ଶାହାରୁଖ ଏବଂ ରଣବୀର କପୁରଙ୍କ ସହିତ କନେକ୍ସନ ରହିଛି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌। ଏହି ଫଟୋରେ ମାହିରାଙ୍କୁ ଚିହ୍ନି ହେଉନାହିଁ। ତାଙ୍କ ଲୁକ୍‌ ସହିତ ପୋଷାକ ପରିଚ୍ଛଦ ମଧ୍ୟ ଭିନ୍ନ। ମାହିରା ଏକ ଲାଲ୍‌ ରଙ୍ଗର ଡ୍ରେସ ପିନ୍ଧି ନବବଧୂ ବେଶରେ ଠିଆ ହୋଇଛନ୍ତି।

ଏହି ଫଟୋରେ ମାହିରା କ୍ୟାପଶନ ବି ଲେଖିଛନ୍ତି, ‘ଲାଲ୍‌ ରଙ୍ଗ ଏବଂ ପୁରୁଣା ସମ୍ପର୍କ’। ଏହି ଫଟୋଟି ୧୨-୧୩ ବର୍ଷ ତଳର ଜଣାପଡୁଛି। ସେ ଲେଖିଛନ୍ତି ‘ମଁୁ ମାଆଙ୍କ ଓଢ଼ଣୀ ମୁଣ୍ଡରେ ଦେଇଥିଲି ଆଉ ମଥାମଣି ପିନ୍ଧିଥିଲି। ମାହିରା ‘ରଇସ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ପାକିସ୍ତାନୀ ଅଭିନେତ୍ରୀ ଯୋଗୁ ଫିଲୁ ବ୍ୟାନ କରାଯିବାକୁ ଭାରତରେ ସ୍ବର ଉଠିଲା। ଏଥିପାଇଁ ସେ ଫିଲ୍ମର ପ୍ରମୋଶନରେ ବି ନଜର ଆସି ନ ଥିଲେ। କେବଳ ଶାହାରୁଖ ନୁହନ୍ତି ରଣବୀର କପୁରଙ୍କ ସହିତ ମଧ୍ୟ ତାଙ୍କ ନାଁ ଯୋଡ଼ାଯାଉଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି; ଯେଉଁଥିରେ ରଣବୀରଙ୍କ ସହ ମାହିରା ନ୍ୟୁୟର୍କର ରାସ୍ତାରେ ସିଗାରେଟ୍‌ ଟାଣୁଛନ୍ତି। ପ୍ରେମ ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼...

ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ

ମୁମ୍ବାଇ: ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍‌ରେ ଡେବ୍ୟୁ...

ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା

ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ...

ସୁସ୍ଥ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଖୁବଶୀଘ୍ର ହେବେ ଡିସଚାର୍ଜ

କଟକ,୧୭।୯: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେପ୍ଟେମ୍ବର ୧୬ରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି...

୨୫ରୁ କାଜୋଲ, ଟ୍ବିଙ୍କଲଙ୍କ ଟକ୍‌ ଶୋ

ମୁମ୍ବାଇ: ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ...

ପ୍ରଥମ ସନ୍ତାନ ଅପେକ୍ଷାରେ କଟ୍ରିନା କୈଫ୍‌, ଭିକି କୌଶଲ; ନିଶ୍ଚିତ ହେଲା ଖବର

ମୁମ୍ବାଇ,୧୫।୯: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍‌ ଓ ଅଭିନେତା ଭିକି କୌଶଲ ସେମାନଙ୍କ ପ୍ରଥମ ସନ୍ତାନକୁ ଆଗମନ କରିବାକୁ ଅପେକ୍ଷା କରିଛନ୍ତି। ଦମ୍ପତି ଏ ନେଇ...

ଦିଶାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ଚର୍ଚ୍ଚାରେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ

ମୁମ୍ବାଇ,୧୫।୯: ଯଦିଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶା ପାଟନୀଙ୍କ ଘରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟି କରିଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଏ ଗୁଳି...

ନୂଆବର୍ଷରେ ଅନନ୍ୟା, କାର୍ତ୍ତିକଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ତୁ ମେରୀ ମେ ତେରା, ମେ ତେରା ତୁ ମେରୀ’ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image