ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ହେଲେ ନିକଟରେ ଋଷି ୨ଟି ଫଟୋ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେୟାର ହୋଇଥିବା ଗୋଟିଏ ଫଟୋରେ ୭୦ ଦଶକର ବର୍ଷିଆନ ଅଭିନେତ୍ରୀ ନର୍ଗିସ ଦତ୍ତ ଓ ଅଭିନେତା ରାଜ କପୁର କୋକା କୋଲା ହାତରେ ଧରିଥିବା ଦେଖିବାକୁ ମିଳିଛି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, କୋକା କୋଲା ସହ ଆଉ ଏକ ପିଢ଼ି। ସେହିପରି ଅନ୍ୟଟିରେ ଋଷି ନିଜ ପିଲା ବେଳର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଋଷି କପୁର, ବୋନି କପୁର, ଆଦିତ୍ୟ କପୁର, ଟୁଟୁ ଶର୍ମା ଓ ଅନୀଲ କପୁରଙ୍କୁ ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ବାସ୍ତବିକ କୋକା କୋଲା ବିଜ୍ଞାପନ।

Share