Categories: ଖେଳ

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ ନାଁରେ ରହିଛି। କେବଳ ଏତିକି ନୁହେଁ, କାରାବିୟନ୍‌ ପ୍ରିମିୟର୍‌ ଲିଗ୍‌ରେ ମଧ୍ୟ ସେ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ଦଳକୁ ମଧ୍ୟ କିଣିଛନ୍ତି। ଆଇପିଏଲ ଚାଲିଥିବା ସମୟରେ ନିଜ ଟିମ୍‌କୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ଅଧିକାଂଶ ସମୟ ଉପସ୍ଥିତ ରୁହନ୍ତି ଶାହରୁଖ୍‌। ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ରେ ଚାଲିଥିବା କାରାବିୟନ୍‌ ପ୍ରିମିୟର୍‌ ଲିଗ୍‌ରେ ସେ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ଦଳକୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ତାଙ୍କ ଦଳ ୨୨ରନରେ ବିଜୟ ହାସଲ କରିବା ପରେ ଶାହରୁଖ୍‌ ଚିୟର୍‌ ଲିଡର୍ସଙ୍କ ସହ ଖୁବ୍‌ ନାଚିଥିଲେ।

Share