ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ: ଶହୀଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

କଟକ ଅଫିସ,୧୭ା୬: କଟକ ମାରୱାଡ଼ି ସମାଜ ପକ୍ଷରୁ ବୁଧବାର ସ୍ଥାନୀୟ ନୟାସଡ଼କଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶହୀଦ ୨୦ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ ଜିଲାର ନନ୍ଦୁରାମ ସୋରେନ ଓ କନ୍ଧମାଳ ଜିଲାର ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ପ୍ରାଣବଳି ଦେଇଛନ୍ତି। ଏଭଳି ବର୍ବରୋଚିତ କାଣ୍ଡର ପ୍ରତିବାଦ ସ୍ବରୂପ ପାଇଁ ଚୀନ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ ହୋଇଛି। ଗତ ଜୁନ ୬ରେ ଚୀନ ଓ ଭାରତରେ ଶାନ୍ତିରକ୍ଷା ନିମିତ୍ତ ଗଲୱାନ ଘାଟି ସେନା ପ୍ରତ୍ୟାହାର କରିବା ଚୁକ୍ତି ଅନୁଯାୟୀ ଭାରତୀୟ ସେନା ଅନୁଧ୍ୟାନ କରୁଥିବା ସମୟରେ ଅଚାନକ ଗୁଳିବର୍ଷଣ ହେବା ଦୁର୍ଭାଗ୍ୟଜନକ ବୋଲି ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ମତ ଦେଇଛନ୍ତି। କାର୍ଯ୍ୟକ୍ରମରେ ଡ. ସତ୍ୟ ରାୟ, କଟକ ମାରୱାଡ଼ି ସମାଜର ସଭାପତି କିଶନ ଲାଲ ମୋଦି, କୈଳାସ ସାଙ୍ଗନାରିଆ, ରମଣ ବାଗେଡ଼ିଆ, ସନ୍ତୋଷ ଅଗ୍ରୱାଲା, ଶରତ ସାଙ୍ଗନାରିଆ, ଶଶିକାନ୍ତ ଶର୍ମା, ହରିଶ ଖଣ୍ଡଲ ପ୍ରମୁଖ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Share