ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ୭୦କୁ ବୃଦ୍ଧି

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଅବସର ବୟସସୀମା ବୃଦ୍ଧି କରିଛନ୍ତି। ଏଣିକି ନୂଆ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ ଡାକ୍ତରମାନେ ୬୮ ବର୍ଷ ବୟସ ପରିବର୍ତ୍ତେ ୭୦ ବର୍ଷରେ ଅବସର ନେବେ। ସେହିପରି ରାଜ୍ୟରେ ନିୟମିତ ଭିତ୍ତିରେ ଡାକ୍ତର ନିଯୁକ୍ତି ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।