ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ ଇତି ମଧ୍ୟରେ ଚଙ୍କି ପାଣ୍ଡେଙ୍କ ଏହି କନ୍ୟାଙ୍କ ହାତରେ ମାତ୍ର କେତୋଟି ସିନେମା ରହିଛି। ତାଙ୍କ ଅଭିନୀତ ‘ପତି ପତ୍ନୀ ଔର ଓ’ ଗତ ବର୍ଷ ରିଲିଜ ହୋଇଥିଲା ଏବଂ ଫିଲ୍ମଟି ଫ୍ଲପ୍‌ ହୋଇଥିଲା। ତା’ପରେ ସେ ଏବେ ‘ଖାଲି ପିଲି’ରେ ଅଭିନୟ କରୁଛନ୍ତି, ଯାହା ଚଳିତବର୍ଷ ଜୁନ୍‌ ୧୨ରେ ରିଲିଜ ହେବ। ହେଲେ ଏଣିକି ଦେଖିଚାହିଁ ସିନେମା ସାଇନ୍‌ କରିବାକୁ ମାଇଣ୍ଡ ମେକଅପ କରିଛନ୍ତି ଏହି ଷ୍ଟାରକିଡ୍‌। ‘ଏବେ ମୋ କ୍ୟାରିୟରର ଆରମ୍ଭ ମାତ୍ର। ତେଣୁ ଆଦୌ ତରତର ହେବା ଦରକାର ନାହିଁ। ଦେଖିଚାହିଁ ସିନେମାରେ ସାଇନ୍‌ କରିବି। ବର୍ଷକୁ ଗୋଟିଏ କିମ୍ବା ଦୁଇଟି ସିନେମାରେ ଅଭିନୟ କଲେ ମଧ୍ୟ ମନଦୁଃଖ ନାହିଁ, ହେଲେ ତାହା ଦର୍ଶକଙ୍କ ମନକୁ ଯେମିତି ଛୁଇଁ ପାରୁଥିବ ବୋଲି କହନ୍ତି ଅନନ୍ୟା।

Share