ଚୁଜି ହେଲେଣି ଅନନ୍ୟା

ନବାଗତା ଅନନ୍ୟା ଏବେ ଚୁଜି ହେଲେଣି। ଭୂମିକା ହେଉ କି କାହାଣୀ ଯଦି ପସନ୍ଦ ନ ହେଲା ତେବେ ସିଧା ସିଧା ମନା କରିଦେଉଛନ୍ତି। ନିକଟରେ ଏପରି ୩-୪ଟି ଅଫର ହାତଛଡ଼ା କରିଛନ୍ତି ଚଙ୍କି ପାଣ୍ଡେଙ୍କ ଏହି କନ୍ୟା। ‘ପ୍ରଥମେ କାହାଣୀ ଏବଂ ଭୂମିକା ମୋର ପସନ୍ଦ ଆସିବା ଦରକାର। ତା’ପରେ ଅଫରଟି ଗ୍ରହଣ କରିବି କି ନାହିଁ ସେକଥା ଚିନ୍ତା କରିବି। ଏଣୁ ତେଣୁ ଗୁଡ଼ିଏ ଫିଲ୍ମରେ ଆକ୍ଟିଂ କରିବା ଅପେକ୍ଷା ବର୍ଷକୁ ୨-୩ଟି ଫିଲ୍ମରେ ଅଭିନୟ କଲେ କ୍ଷତି କ’ଣ ବୋଲି କହିଛନ୍ତି ଅନନ୍ୟା।

Share